logo

Languages

ଗୃହ ବିଭାଗ

ଗୃହ ବିଭାଗ ରାଜ୍ୟ ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l ଏହି ବିଭାଗ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଅପରାଧ ନିରାକରଣ ଓ ନିୟନ୍ତ୍ରଣ, ଅପରାଧୀମାନଙ୍କର ଅଭିଯୋଜନ କରିଥାଏ ତଥା ଅଗ୍ନିସେବା ଓ କାରାଗାର ପ୍ରଶାସନ ବିଷୟ ବୁଝିଥାଏ l

ରାଜ୍ୟ ସଚିବାଳୟ ସେବାର ଏହା ନୋଡ଼ାଲ ବିଭାଗ l ସହାୟକମାନଙ୍କ ସାଧାରଣ କ୍ୟାଡର, ଟାଇପିଷ୍ଟ, ଷ୍ଟେନୋଗ୍ରାଫର/ ବ୍ୟକ୍ତିଗତ ସହାୟକ/ ବ୍ୟକ୍ତିଗତ ସଚିବ ଓ ଓ.ଏସ୍.ଏସ୍. କ୍ୟାଡରର ଅଧିକାରୀମାନେ ଗୃହ ବିଭାଗ ଦ୍ୱାରା ନିଯୁକ୍ତି ପାଇଥାନ୍ତି l ଏଦଦ୍ ବ୍ୟତୀତ ବେସାମରିକ ପ୍ରତିରକ୍ଷା ଓ ଗୃହରକ୍ଷୀ ସେବା ଗୃହ ବିଭାଗ ଦ୍ୱାରା ପରିଚାଳିତ ହୁଅନ୍ତି l ସଂସଦ ଓ ରାଜ୍ୟ ବିଧାନ ସଭାକୁ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବାରେ ଏହି ବିଭାଗ ଅଙ୍ଗାଙ୍ଗି ଭାବେ ଜଡିତ l

Odia